ଆଜି ହେଉଛି ପ୍ରପୋଜ ଡେ । ପ୍ରଥମ ଦିନ ଅର୍ଥାତ ଫେବୃଆରୀ ୭ ତାରିଖ ଥିଲା ରୋଜ ଡେ ବା ଗୋଲାପ ଦିବସ । ପ୍ରେମ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ ପ୍ରପୋଜ ଡେ ବା ପ୍ରେମ ନିବେଦନ ପାଇଁ ଦିନ ଟିଏ । ଏହି ଦିନଟି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯେଉଁମାନେ ନିଜ ପ୍ରେମିକ ବା ପ୍ରେମିକାଙ୍କ ନିକଟରେ ନିଜର ଭାବନା ପ୍ରକାଶ କରିବାକୁ ଚାହାଁନ୍ତି ।ଏହି ଦିନ ପ୍ରେମୀମାନେ ସେମାନଙ୍କ ସାଥୀଙ୍କୁ ବିବାହ କିମ୍ବା ପ୍ରେମ ପାଇଁ ପ୍ରସ୍ତାବ ଦିଅନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଏକ ନୂତନ ଆରମ୍ଭକୁ ସୂଚନା ଦେଇଥାଏ । ପ୍ରପୋଜ୍ ଡେ ହେଉଛି ଆପଣଙ୍କ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାର ଏକ ବିଶେଷ ସୁଯୋଗ ଆଣିଦିଏ । ଯେଉଁମାନେ ନିଜ ସମ୍ପର୍କକୁ ଏକ ନୂତନ ନାମ ଦେବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଏହି ଦିନ ବହୁତ ଖାସ୍ ହୋଇଥାଏ । ପ୍ରପୋଜ୍ ଡେର ଇତିହାସ ସିଧାସଳଖ ଭାଲେଣ୍ଟାଇନ୍ସ ସପ୍ତାହ ସହିତ ଜଡିତ ହୋଇଛି । ଯାହା ପ୍ରେମ ଏବଂ ପ୍ରେମକୁ ପାଳନ କରିବା ପାଇଁ ସୃଷ୍ଟି ୧୮ଶହ ଏବଂ ୧୯ଶହ ଶତାବ୍ଦୀରେ ୟୁରୋପ ଏବଂ ଆମେରିକାରେ ହୋଇଥିଲା । ପୁରୁଷମାନେ ଆନୁଷ୍ଠାନିକ ଭାବରେ ଏକ ମୁଦି ସାହାଯ୍ୟରେ ବିବାହ ପ୍ରସ୍ତାବ ଦେଉଥିଲେ । ବିଂଶ ଶତାବ୍ଦୀର ଶେଷରେ ଭାଲେଣ୍ଟାଇନ୍ସ ସପ୍ତାହର ଲୋକପ୍ରିୟତା ବେଶ ରହିଥିଲା, ପ୍ରପୋଜ୍ ଡେ ମଧ୍ୟ ବିଶେଷ ଗୁରୁତ୍ୱ ପାଇବାକୁ ଲାଗିଲା ବୋଲି ବିଶ୍ୱାସ କରାଯାଏ ।
ଆଜି ହେଉଛି ପ୍ରପୋଜ ଡେ, ସାଥୀଙ୍କୁ ନିଆରା ଢଙ୍ଗରେ ଜଣାନ୍ତୁ ମନ କଥା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











