ଭୁବନେଶ୍ୱର : ରାଜ୍ୟରେ ଆଉ ଗଣତନ୍ତ୍ର ନ ଥିବା କଥା କ୍ଷୋଭର ସହ କହିଛନ୍ତି ନିରଞ୍ଜନ। ଗତକାଲି ଆରଏସଏସ ନେତା ମୋହନ ଭଗବତଙ୍କ ଗସ୍ତ ବେଳେ କଳା ପତାକା ଦେଖାଇଥିଲା ଛାତ୍ର କଂଗ୍ରେସ। ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ବର୍ତ୍ତମାନର ସରକାର ଅସହିଷ୍ଣୁ ହୋଇପଡିଛି। ଏହାକୁ ଗ୍ରହଣ କରିବା ଅବସ୍ଥାରେ ନାହିଁ। ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନିରଞ୍ଜନ। ସେପଟେ, ସହରରେ ବଢୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି ନିରଞ୍ଜନ। ଦକ୍ଷ ପୁଲିସ ଅଫିସରଙ୍କ ଆବଶ୍ୟକତା , ତଦନ୍ତ ପ୍ରକ୍ରିୟାରେ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା।
Views: 69











