କଣାସ : କଣାସରେ ଝାଡାବାନ୍ତିରେ ଗଲା ଜୀବନ । ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ଜାଗୁଳାଇପଦର ନୂଆସାହିର ୭୦ ବର୍ଷିୟା ଜହ୍ନ ବେହେରାଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ପୁରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଥିଲେ ଯେ , କଣାସରେ ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଗତ ୭ରୁ ୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି । ଏହାସହ ଆଖପାଖ ୫ଟି ଗାଁକୁ ବ୍ୟାପିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତ ।
କଣାସରେ ଝାଡାବାନ୍ତିରେ ଗଲା ଆଉ ଏକ ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...