The Ultimate Managed Hosting Platform
ADVERTISEMENT

ଜଳିଗଲା ୨ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

Facebook
Twitter
LinkedIn

ଚୈାଦ୍ୱାର : ନିଆଁ ଲାଗି ଜଳିଗଲା ୨ ଦୋକାନ । ଟାଙ୍ଗୀ ଥାନା ଗୋବିନ୍ଦପୁର ଛକରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଗୌରାଙ୍ଗ ମହାନ୍ତି ଓ ହୃଷିକେଶ ମହାନ୍ତିଙ୍କ ଦୁଇଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି । ଉଭୟ ଦୁଇ ଭାଇ । ସୂଚନା ମୁତାବକ, ଗତ ରାତିରେ ଦୁଇ ଭାଇ ନିଜ ଦୋକାନ ବନ୍ଦ କରି ନିଜ ଘରକୁ ଚାଲିଯାଇଥିଲେ । ଘରେ ଖାଇ ଶୋଇଥିଲେ । ଦୋକାନରେ ନିଆଁ ଲାଗିବା ଦେଖି ସେହି ଠାରେ ଅନ୍ୟ ଦୋକାନରେ ଥିବା ଲୋକେ ଖବର ଦେଇଥିଲେ । ରାତି ପ୍ରାୟ ୨ଟାରେ ଖବର ପାଇ ଦୋକାନୀ ଜଣକ ଆସି ଦେଖନ୍ତି ତ ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନି ବିପନ୍ନକୁ ସହାୟତା ପାଇ ଦାବି କରିଛନ୍ତି ବିପନ୍ନ ଓ ସ୍ଥାନୀୟ ବଣିକ ସଙ୍ଘ । ଅନ୍ୟପଟେ କେହି ଜଣେ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଥିବା ସନ୍ଦେହ କରୁଛନ୍ତି ଦୋକାନୀ ଏବଂ ସ୍ଥାନୀୟ ବାସିନ୍ଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login