ମଥୁରା : ପାରିବାରିକ କଳହ ଯୋଗୁଁ ହସପିଟାଲରେ ଭର୍ତ୍ତି ହେଲେ ମହିଳା । ମହିଳାଙ୍କୁ ୧୬ଟି ଷ୍ଟିଚ୍ ପଡିଥିବା ଜଣାପଡିଛି । ପୋଲିସ ନିକଟରେ ଅଭିଯୋଗରେ ପରେ ଯାଞ୍ଚ ଆରମ୍ଭ ହୋଇଛି । ପୀଡିତ ମହିଳା ଜଣକ ପୋଲିସ ନିକଟରେ ସବୁ ଲିଖିତ ଭାବେ ଜଣାଇଛନ୍ତି । ମହିଳା ଜଣକ ସ୍ବାମୀ, ଦିଅର ଏବଂ ଶାଶୁ ବିରୋଧରେ ମାମଲା ଦାୟର କରିଛନ୍ତି । ଖବର ମୁତାବକ, ମଥୁରାର ଏକ ଗାଁରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ଓଠ କାମୁଡ଼ି କାଟି ଦେଇଥିବା ଅଭିଯୋଗ ହୋଇଛି । ଏହି କାରଣରୁ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଓଠରେ ୧୬ଟି ଷ୍ଟିଚ୍ ପଡିଥିବା ଜଣାପଡିଛି । ଏହି ମାମଲାରେ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Views: 22