ଭୁବନେଶ୍ୱର : ନବ ଦାସ ହତ୍ୟା ଘଟଣାରେ ନିଷ୍ପତ୍ତି ଖୁବଶୀଘ୍ର କହିଲେ ଆଇନମନ୍ତ୍ରୀ । ତଦନ୍ତ ପ୍ରକ୍ରିୟା କଣ ହେବ ସରକାର ନିଷ୍ପତ୍ତି ନେବେ କହିଲେ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାରରେ ଭୟର ବାତାବରଣ ଥିବାରୁ ଲୋକେ ମୁହଁ ଖୋଲୁ ନ ଥିଲେ । ଏପରିକି ନବଙ୍କ ପରିବାର ଲୋକେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ । ସେ ଭୟ ଦୂର ହୋଇଛି ଏବଂ ଅନେକ ତଥ୍ୟ ସାମ୍ନାକୁ ଆସିଛି । ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏ ଘଟଣା ନବୀନ ସରକାରଙ୍କ ସମୟରେ ଘଟିବା ସହ ସେତେବେଳେ ତଦନ୍ତ ନେଇ ମୁହଁ ଖୋଲିନଥିବା ଦୀପାଳି ଏବେ ସିବିଆଇ ତଦନ୍ତ ଦାବି କରିଛନ୍ତି। କିନ୍ତୁ ସରକାରଙ୍କୁ ଏନେଇ ଲିଖିତ ଅନୁରୋଧ କରିନାହାନ୍ତି।
Views: 49