ପେଜରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ ଏବଂ ପେଟରେ ଥିବା ଭଲ ବ୍ୟାକ୍ଟେରିଆକୁ ସକ୍ରିୟ କରେ । ଏଥିରେ ଆମିନୋ ଏସିଡ୍, ଭିଟାମିନ୍ ବି, ଭିଟାମିନ୍ ଇ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ଫାଇବର, ଜିଙ୍କ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳିଥାଏ, ଯାହା ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ । ଏଥିରେ ଥିବା ଭିଟାମିନ୍ ଏବଂ ଖଣିଜ ପଦାର୍ଥ ପେଟ ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଓଜନ କମ କରିବାକୁ ଏବଂ ମେଦବହୁଳତା କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ପେଜ ପିଅନ୍ତୁ । ପେଜରେ କ୍ୟାଲୋରିର ପରିମାଣ ବହୁତ କମ୍ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ସହଜରେ ତରଳିଯାଏ । ଏହାକୁ ତିଆରି କରିବା ପାଇଁ, ଚାଉଳରେ ଅଧିକ ପାଣି ମିଶାନ୍ତୁ । ଭାତ ସିଝିଗଲେ, ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ । ଏହା ଓଜନ କମ ପାଇଁ ଏକ ଔଷଧ ପରି ହୋଇଥାଏ । ସେଥିପାଇଁ ଯେଉଁମାନେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି, ସେମାନେ ପ୍ରତିଦିନ ନିଜ ଡାଏଟରେ ପେଜ ସାମିଲ କରିପାରିବେ ।
ପେଜ ଦ୍ୱାରା ସ୍କିନରେ ଥିବା ଦାଗ ଦୂର ହୋଇଥାଏ । ଏଥିପାଇଁ ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ବ୍ରଣ ସମସ୍ୟାକୁ ବି ଦୂର କରିଥାଏ । କେବଳ ଏତିକି ନୁହେଁ ଏହାକୁ ସାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହୋଇଥାଏ ।
ପେଜ ପିଇବା ଦ୍ୱାରା ମିଳିବ ଏହି ସବୁ ଫାଇଦା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











