The Ultimate Managed Hosting Platform
ADVERTISEMENT

ମିକା ସିଂ କରିବେ ସ୍ୱୟଂମ୍ବର, ଏଭଳି ହେବ ଶୋ’ର ଫର୍ମାଟ..

Facebook
Twitter
LinkedIn

ଆପଣ ନିଶ୍ଚିତ ଭାବରେ ଅନେକ ସେଲିବ୍ରିଟିଙ୍କୁ ରିଅଲିଟି ଶୋ’ରେ ଦେଖିଥିବେ । ସେହି ଶୋରେ ନିଜ ପାଇଁ ସାଥୀ ଟିଏ ମଧ୍ୟ ଖୋଜିଥାନ୍ତି। ତେବେ ଜାତୀୟ ଟେଲିଭିଜନରେ ରାକ୍ଷୀ ସାୱନ୍ତ, ରତନ ରାଜପୁତ, ରାହୁଲ ମହାଜନ ଏବଂ ମଲ୍ଲିକା ଶେରାୱତ୍‌ ସ୍ବୟଂବର କରୁଥିବାର ନଜର ଆସିଥିଲେ । ୪ ବର୍ଷିୟା ମିକା ସିଂ ସ୍ବୟଂବର ଫର୍ମାଟରେ ପାର୍ଟନର ଖୋଜିବେ । ହେଲେ ସେହି ଶୋ ରେ ବିବାହ କରିବେ ନାହିଁ। ମିଡିଆ ରିପୋର୍ଟ ଅନୁ୍ଯାୟୀ କୁହାଯାଇଛି କି ରିଆଲିଟି ଶୋ ସ୍ବୟଂବର ଶୋ ଭଳି ହେବ। ଏହି ଶୋ କିଛି ମାସ ମଧ୍ୟରେ ପ୍ରସାରିତ ହେବାର ଯୋଜନା ରହିଛି। ଏହି ଶୋ’ରେ ମିକା ବିବାହ କରିବେ ନାହିଁ, କେବଳ ନିର୍ବନ୍ଧ କରିବେ । ତେବେ ଏହି ଶୋ’ରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ।

ସବୁଠାରୁ ବଡ କଥା ହେଲା ରାକ୍ଷୀ ସାୱନ୍ତଙ୍କୁ ମିକାଙ୍କ ଶୋ’ରେ ପ୍ରତିଯୋଗୀ ଭାବରେ ମଧ୍ୟ ଦେଖିବାକୁ ମିଳିବ । ଦୁହିଁଙ୍କର ବହୁ ପୁରୁଣା ଝଗଡା ରହିଛି । ମିକା ରାକ୍ଷୀଙ୍କୁ ଜବରଦସ୍ତ କିସ୍‌ ଦେଇଥିଲେ, ଏହାକୁ ନେଇ ବହୁ ବିବାଦ ଲାଗିଥିଲା ପରେ ସେମାନେ ସେମାନଙ୍କର ବିବାଦର ସମାଧାନ କରିଥିଲେ ଏବଂ ଏକାଠି ଅନେକ ଶୋ’ରେ ଦେଖିବାକୁ ମଧ୍ୟ ମିଳିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ତେଲ ଟାଙ୍କି, ଗ୍ୟାସ ଏଜେନ୍ସି ଠକୁଛନ୍ତି : ମନ୍ତ୍ରୀ

ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଲିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ...

ADVERTISEMENT

Login