The Ultimate Managed Hosting Platform
ADVERTISEMENT

Diarrhea spreads in kanasa block :କଣାସରେ ସ୍ଥିତି ଅଣାୟତ୍ତ, ବ୍ୟାପୁଛି ଡାଇରିଆ

Facebook
Twitter
LinkedIn

ପିପିଲି : ପୁରୀ ଜିଲ୍ଲା କଣାସରେ ସ୍ଥିତି ଅଣାୟତ୍ତ । ଝାଡାବାନ୍ତିରେ ୪୦ରୁ ଅଧିକ ଆକ୍ରାନ୍ତ । କଣାସ ବ୍ଲକର ବିଭିନ୍ନ ଗାଁରେ ବ୍ୟାପିଛି ଝାଡାବାନ୍ତି । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୁଥିବା ସନେ୍ଦହ କରାଯାଉଛି । ଗଡ଼ିଶାଗୋଦା, ଗୋପୀନାଥପୁର, ଜାଗୁଳାଇପଦର ଓ ଯାମଳଗୋଦା ଗାଁରେ ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତ କାଲିଠାରୁ ଆଜି ପର୍ୟ୍ୟନ୍ତ ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ଚିକିତ୍ସା ହେଲେଣି ବହୁ ଝାଡ଼ାବାନ୍ତି ରୋଗୀ । ୮ ଦିନ ତଳେ ନୂଆଗାଁର ସାରଥୀ ପ୍ରଧାନଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଗତକାଲି ସେହିଗାଁର ସଚଳା ସାହୁଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଯାହାକୁ ନେଇ ଗାଁ ଲୋକ ମାନେ ଭୟଭିତ ଅଛନ୍ତି । ତେବେ ଡାଇରିଆର ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱରରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login