ମାଲକାନଗିରି : ଆତ୍ମସମର୍ପଣ କଲେ ୯ ଦୁର୍ଦ୍ଦାନ୍ତ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ତେବେ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
Views: 65











