ଭୁବନେଶ୍ୱର : ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି । ଝାରସୁଗୁଡା କିର୍ମିରାରେ ତାହା ପ୍ରମାଣିତ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପଂଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ବେଆଇନ ଭାବେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରଖାଗଲା । ଏଥିରୁ ସ୍ପଷ୍ଟ ଯେ ବ୍ଲକରେ ଅନାସ୍ଥା ନେଇ ବିଜେପି ବିବ୍ରତ ଓ ଭୟଭୀତ । ଦୁଇଟି ରାଜ୍ୟର ପୋଲିସ ଲଗାଇ ପଞ୍ଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ଅଟକାଉଛି । ନବୀନ ପଟ୍ଟନାୟକଙ୍କ ଚିଠି ପରେ ଭୟଭୀତ ହୋଇ ଦୁଇ ରାଜ୍ୟ ପୋଲିସର ବେଆଇନ କାମର ପର୍ଦାଫାସ ହେଲା ।ନବୀନ ପଟ୍ଟନାୟକ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି । ବିଜେଡିର ବରିଷ୍ଠ ନେତା ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ୭ ଜଣିଆ ଟିମ ଗଠନ କରିଛନ୍ତି ।ସେମାନେ ଝାରସୁଗୁଡା ଯାଇ ଅନୁସନ୍ଧାନ କରି ନବୀନଙ୍କୁ ରିପୋର୍ଟ ଦେବେ । ଓଡ଼ିଶା ପୋଲିସ ବିଜେପି ଦ୍ୱାରା ଏମିତି ବ୍ୟବହାର ହେଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଗଣତନ୍ତ୍ରକୁ ହତ୍ୟା କରୁଥିବା ବିଜେପିକୁ କେବେ ରାଜ୍ୟବାସୀ କ୍ଷମା ଦେବେନି । ଲୋକେ ଜାଣିଲେଣି ଯେ ବିଜେପିକୁ ଭୋଟ ଦେଇ ଭୁଲ ହୋଇଯାଇଛି ।
Bjd Pressmeet :ଗଣତନ୍ତ୍ରକୁ ହତ୍ୟା କରିବାରେ ସୁଯୋଗ ଛାଡେନି ବିଜେପି : ବିଜେଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











