The Ultimate Managed Hosting Platform
ADVERTISEMENT

୫୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଲା ୧୮ ବର୍ଷୀୟା ଝିଅ

Facebook
Twitter
LinkedIn

ଗୁଜୁରାଟ : ୫୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଲା ୧୮ ବର୍ଷୀୟା ଝିଅ । ଗୁଜୁରାଟରୁ ଆସିଛି ପୁଣି ଏଭଳି ଘଟଣା । ଗୁଜୁରାଟର କୁଚ୍ ଜିଲ୍ଲାର ଏକ ଗାଁରେ ଜଣେ ଝିଅ ୫୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି । ତେବେ ଝିଅଟି ୪୯୦ ଫୁଟ ଗଭୀରରେ ଅଟକି ରହିଥିବା ଜଣାପଡ଼ିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଶ୍ଚର୍ୟ୍ୟର କଥା ହେଉଛି ଯେ, ଝିଅଟିର ବୟସ ମାତ୍ର ୧୮ବର୍ଷ ।
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୬.୩୦ ସମୟରେ କୁଚ ଜିଲ୍ଲାର ଭୁଜ ତାଲୁକା ଅନ୍ତର୍ଗତ କଣ୍ଡେରାଇ ଗ୍ରାମରେ ଏହି ଘଟଣା ଘଟିଥିଲା। ସେପଟେ, ଝିଅଟି ରାଜସ୍ଥାନର ଏକ ପ୍ରବାସୀ ଶ୍ରମିକ ପରିବାରର ବୋଲି ଭୁଜ୍ ଡେପୁଟି କଲେକ୍ଟର ଏବି ଯାଦବ କହିଛନ୍ତି ।ଘଟଣାସ୍ଥଳରେ ସେନା, ଏନଡିଆରଏଫ ଏବଂ ବିଏସଏଫ ଦଳ ପହଞ୍ଚି ଝିଅଟିକୁ ବଞ୍ଚାଇବା ପାଇଁ ରେସ୍କୁ୍ୟ ଅପରେସନ ଜାରି ରଖିଛନ୍ତି । କ୍ରମାଗତ ଭାବରେ ବୋରୱେଲକୁ ଅମ୍ଳଜାନ ଯୋଗାଇବା ସହ ଝିଅ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ରହିଥିବାବେଳେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login