ନୂଆଦିଲ୍ଲୀ : ଆମେରିକାରେ ତାଣ୍ଡବ ରଚିଲା ବରଫ ଝଡ । ବରଫ ଝଡ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ରାସ୍ତାଘାଟ ଜାମ୍ ହୋଇଛି । ଏଥିରେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଜନଜୀବନ ପ୍ରଭାବିତ ହୋଇଛି । ପୂର୍ବତଟରୁ ଆରମ୍ଭ କରି ନ୍ୟୁ ଜର୍ସି ଯାଏଁ ୬ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତୁଷାରପାତ, ବରଫ, କୋହଲା ପବନ ଏବଂ ତାପମାତ୍ରା ହ୍ରାସ ଯୋଗୁ ଆମେରିକାର କେତେକ ଅଞ୍ଚଳରେ ଅବସ୍ଥା ବିପଜ୍ଜନକ ହୋଇପଡିଛି। ତୁଷାର ଝଡ଼ର ଦେଶର ସମସ୍ତଙ୍କୁ ଆତଙ୍କିତ କରିଛି ।ଖବର ମୁତାବକ, ଭର୍ଜିନିଆ ପର୍ୟ୍ୟନ୍ତ ୧୭୫,୦୦୦ରୁ ଅଧିକ ଲୋକ ବିନା ବିଦ୍ୟୁତରେ ରହିବାକୁ ବାଧ୍ୟ ହୋଇଛନ୍ତି । ବରଫ ତୋଫାନ ଯୋଗୁଁ ୨,୪୦୦ ବିମାନ ଉଡାଣ ରଦ୍ଦ ହୋଇଛି । ହଜାରରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି । ବରଫ ଝଡ ଯୋଗୁଁ ରେଳଯାତ୍ରା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୫୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ହାଡ-ଭଙ୍ଗା ଥଣ୍ଡା ଯୋଗୁ ଏୟାର ଟ୍ରାଫିକ୍ ଏବଂ ସଡକ ଯାତାୟାତ ପ୍ରଭାବିତ ହୋଇଛି ।ଅନେକ ରାଜ୍ୟରେ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ବରଫଝଡ଼ କାରଣରୁ ସମଗ୍ର ଆମେରିକାର ପାଖାପାଖି ୬ କୋଟି ଲୋକ ପ୍ରଭାବିତ ହେବେ । ଦେଶର ଉତ୍ତର-ପଶ୍ଚିମରେ ଥିବା ରକି ପର୍ବତସ୍ଥିତ ମୋଣ୍ଟାନାରୁ ନେଇ ମେରିଲାଣ୍ଡ, ଡେଲାୱେର୍ ଏବଂ ଭର୍ଜିନିଆ ଉପକୂଳବର୍ତ୍ତୀ ରାଜ୍ୟ ପର୍ୟ୍ୟନ୍ତ ଶୀତକାଳୀନ ଝଡ଼ର ଆଲର୍ଟ ଜାରି କରାଯାଇଛି ।
ଆମେରିକାରେ ତାଣ୍ଡବ ରଚିଲା ବରଫ ଝଡ, ଲକ୍ଷ ଲକ୍ଷ ଘରୁ ଚାଲିଗଲା ବିଜୁଳି, ୨୪୦୦ ଉଡାଣ ରଦ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











