ପୁରୀ : ନୂଆ ବର୍ଷ ଲାଗି ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼। ଶ୍ରୀ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଡିସେମ୍ବର ୩୧ ଓ ଜାନୁଆରି ୧ତାରିଖରେ ନୀତି କାନ୍ତି ଶୃଙ୍ଖଳିତ ନେଇ ବିଶେଷ ଭାବେ ସେବାୟତ ମାନଙ୍କ କରାଯାଇଛି ଆଲୋଚନା । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାଇ ନାଟ ମଣ୍ଡପ ନିକଟରେ ହୁଣ୍ଡି ସ୍ଥାନାନ୍ତରଣ କରାଯିବ । ରାଜ୍ୟସରକାରଙ୍କ ଚୂଡାନ୍ତ ନିଷ୍ପତି ପରେ ହୁଣ୍ଡିକୁ ସ୍ଥାନାନ୍ତରଣ କରାଯିବ । ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ଧାଡି ଦର୍ଶନ କୁ ମଧ୍ୟ ସ୍ଥଗିତ ରଖାଯାଇଛି ।
Views: 34