ମାଲକାନଗିରି : ନୂଆବର୍ଷରୁ ମାଲକାନଗିରିରୁ ଉଡିବ ବିମାନ ସେବା । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନ୍ମ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି । ବର୍ତ୍ତମାନ ଅପରେଟର ଇଣ୍ଡିଆ ଵାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ୟ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ୟ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି। ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି।ଜାନୁଆରି ୨୦୨୪ରେ ଆନୁଷ୍ଠାନିକ ଭାବେ ଖୋଲାଯାଇଥିବା ମାଲକାନଗିରି ବିମାନବନ୍ଦର ବର୍ତ୍ତମାନ ମନ୍ତ୍ରୀଙ୍କ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ନଚେତ କୌଣସି ଜରୁରୀକାଳୀନ ସେବାରେ ହିଁ ବ୍ୟବହୃତ ହୋଇପାରୁଛି।
ନୂଆବର୍ଷରୁ ମାଲକାନଗିରିରୁ ଉଡିବ ବିମାନ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











