ମାଲକାନଗିରି : ନୂଆବର୍ଷରୁ ମାଲକାନଗିରିରୁ ଉଡିବ ବିମାନ ସେବା । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନ୍ମ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି । ବର୍ତ୍ତମାନ ଅପରେଟର ଇଣ୍ଡିଆ ଵାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ୟ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ୟ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି। ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି।ଜାନୁଆରି ୨୦୨୪ରେ ଆନୁଷ୍ଠାନିକ ଭାବେ ଖୋଲାଯାଇଥିବା ମାଲକାନଗିରି ବିମାନବନ୍ଦର ବର୍ତ୍ତମାନ ମନ୍ତ୍ରୀଙ୍କ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ନଚେତ କୌଣସି ଜରୁରୀକାଳୀନ ସେବାରେ ହିଁ ବ୍ୟବହୃତ ହୋଇପାରୁଛି।
ନୂଆବର୍ଷରୁ ମାଲକାନଗିରିରୁ ଉଡିବ ବିମାନ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...