The Ultimate Managed Hosting Platform
ADVERTISEMENT

ବିବାହ ପରେ କୀର୍ତ୍ତି ସୁରେଶ ଛାଡିବେ ଫିଲ୍ମ ଇଣ୍ଡଷ୍ଟ୍ରି !

Facebook
Twitter
LinkedIn

ମୁମ୍ବାଇ : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ କୀର୍ତ୍ତି ସୁରେଶ ନିକଟରେ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ର ବେବି ଜନ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ଚଳଚ୍ଚିତ୍ରରେ ବରୁଣ ଧାୱନଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ୍ ଏବଂ ଭାମିକା ଗାବି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏବେ ଚଳଚ୍ଚିତ୍ର ଏବଂ ବିବାହ ସହିତ ସେ ସିନେମା ଜଗତକୁ ବିଦାୟ ଦେବାକୁ ଯାଉଥିବା ଖବର ପାଇଁ ମଧ୍ୟ ଖବରରେ ଅଛନ୍ତି। କୀର୍ତ୍ତି ସୁରେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଯାଉଥିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ତେବେ ଅଭିନେତ୍ରୀଙ୍କ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login