The Ultimate Managed Hosting Platform
ADVERTISEMENT

ମଦ୍ୟପ ଡାକ୍ତରଙ୍କ ବଦଳି ଦାବିରେ ମେଡିକାଲରେ ତାଲା ପକାଇଲେ ଲୋକେ

Facebook
Twitter
LinkedIn

ପୁରୀ : ମଦ୍ୟପ ଡାକ୍ତରଙ୍କ ବଦଳି ଦାବିରେ ମେଡିକାଲରେ ତାଲା ପକାଇଲେ ଲୋକେ । ପୁରୀ ଜିଲ୍ଲା କଣାସ ବ୍ଲକ ବୀରକେଶରପୁର ଗାଁର ହରଚଣ୍ଡୀ ପ୍ରସାଦ କଣାସ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲିଲା ତାଲା । ରୋଗୀ ସେବା ବାଧାପ୍ରାପ୍ତ । ଆଜିକୁ ୫ ଦିନ ଧରି ସ୍ୱାସ୍ଥ୍ୟକେନ୍ଦ୍ର ଫାଟକରେ ଝୁଲୁଛି ତାଲା । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ନିୟମିତ ଡାକ୍ତରଖାନା ଆସୁନଥିବା , ଅଧିକାଂଶ ସମୟ ଡାକ୍ତରଖାନା ବନ୍ଦ ରହୁଥିବା ସମ୍ପର୍କରେ ଗାଁ ଲାକେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ୮ ଦିନ ପୂର୍ବରୁ ଡାକ୍ତର ଓ କର୍ମଚାରୀ ଡାକ୍ତରଖାନା ପରିସରରେ ମଦ ପିଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମେଡିକାଲର ମୁଖ୍ୟ ଫାଟକରେ ଲୋକେ ତାଲା ପକାଇବାରୁ ଅପ୍ରିତୀକର ସ୍ଥିତି ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login