ରାୟଗଡା ; ବନବିଭାଗ ଟିମ୍ ଉପରକୁ ଦୁର୍ବୁତ୍ତଙ୍କ ଗୁଳିମାଡ ସୂଚନା । ମୁନିଗୁଡା ବନାଞ୍ଚଳ ଜାରପା ଅଞ୍ଚଳରେ ଚଢାଉ ବେଳେ ଗୁଳିମାଡ । ଦୁର୍ବୁତ୍ତ ୪ ରାଉଣ୍ଡ ଗୁଳି କରିଥିବା ସୂଚନା , ଗାଡିରେ ବାଜି କାଚ ଭାଙ୍ଗିଛି । କୈାଣସି ବନ କର୍ମଚାରୀ ଆହତ ହୋଇ ନ ଥିବା ସୂଚନା । ହାତୀ ଦାନ୍ତ ଚୋରା ଚାଲାଣ ଖବପାଇ ଚଢାଉ କରିଥିଲା ବନବିଭାଗ । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି, ଅଧିକ ତଦନ୍ତ ପାଇଁ ବନ ବିଭାଗ ଯାଇଥିଲା ।
ସୂଚନା ଅନୁଯାୟୀ, ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ମାଫିଆଙ୍କୁ ବନ ବିଭାଗ କାବୁ କରିଛି ମୁନିଗୁଡା ବନ ବିଭାଗ । ବନ ବିଭାଗ ଟିମ୍ ଗାଁରେ ପହଁଚିବା ବେଳେ ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା ହୋଇଥିଲା । କିନ୍ତୁ ଚତୁରତାର ସହ ଜୀବନ ବଞ୍ଚାଇ ଖସି ଆସିଥିଲେ । ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ ରାଜ୍ୟର ବେପାରୀ ସହିତ ଯୋଗାଯୋଗ କରିଥିବା ବେଳେ ଛତିଶଗଡ ରାଜ୍ୟର ବନ ବିଭାଗ ଟିମ୍ ମାଫିଆଙ୍କ ପିଛା କରିବା ସହ ରାୟଗଡା ଜିଲ୍ଲା ବନବିଭାଗକୁ ଖବର ଦେଇଥିଲା । ଘଟଣାସ୍ଥଳରେ ବନ ବଭାଗ ପହଁଚି ୫ ଜଣଙ୍କୁ କାବୁ କରିଥିଲା ।
ବନବିଭାଗ ଟିମକୁ ଗୁଳିମାଡ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











