ମୟୁରଭଞ୍ଜ : ଜଳିଗଲା ପିଆଜ ବୋଝେଇ ଟ୍ରକ । ବୁଧବାର ବିଳମ୍ବିତ ରାତିରେ ୪୯ ନଂ ଜାତୀୟ ରାଜପଥ ଡୁମୁରୁଡିହା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଜଳିିଯାଇଛି ପିଆଜ ବୋଝେଇ ଟ୍ରକ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ନୂଆଁଗାଁର ପପୁ ମହାନ୍ତ । ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବିଶୋଇ ଥାନା ପୋଲିସ ।
Views: 64











