ଭୁବନେଶ୍ୱର : ବର୍ଷାରେ ଭିଜିଲା ଧାନ ।ପଶ୍ଚିମାଝଡ ପ୍୍ରଭାବରେ ବର୍ଷା । ବର୍ଷା ପାଣିରେ ଧାନ ଭିଜିବା ପରେ କଟନି ଛଟନିକୁ ନେଇ ଚାଷୀମାନେ ଚିନ୍ତା ପଡିଛନ୍ତି । ବିଶେଷକରି ଉପକୂଳ ଓଡିଶାରେ ବର୍ଷାର ପାଗ ବଦଳିଛି । ଏଥର ଶୀତ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା କମ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି । ଗତକାଲି ବର୍ଷା ହେବା ଫଳରେ ଚାଷୀଙ୍କ ଧାନ ସବୁ ଭିଜି ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ । ଜରିପାଲ ଢାଙ୍କି ରଖିଥିବା ଧାନ ସବୁ ଭିଜି ଯାଇଛି ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ପାଣି ପାଗ ବିଭାଗର ସୂଚନା ଅନୁସାରେ ଆଜି ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ସେଇଥିପାଇଁ ଚାଷୀ ଖଳାରେ ଧାନ ସବୁ ଜରିପାଲ ଦେଇ ଘୋଡାଇ ରଖିଥିବା ବେଳେ ଅମଳ ସମୟରେ ଅଦିନ ମେଘ ଚାଷୀଙ୍କ ପାଇଁ କାଳ ହୋଇଛି । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତବର୍ଷ ଉଭାନ ହୋଇଯାଇଛି । ଅନ୍ୟପଟେ କଟକ ଓ ଭୁନନେଶ୍ୱରରେ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି ।
Views: 77











