The Ultimate Managed Hosting Platform
ADVERTISEMENT

ଫିଲିଫାଇନ୍ସରେ ବଡ ଧରଣର ବିସ୍ଫୋରଣ, ଫାଟିଲା ଆଗ୍ନେୟଗିରି । ୮୭ ହଜାର ଲୋକଙ୍କୁ କରାଗଲା ସ୍ଥାନାନ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ : ଫିଲିପାଇନ୍ସର କନଲାଓନ୍ ଆଗ୍ନେୟଗିରିରେ ବଡ଼ ଧରଣର ବିସ୍ଫୋରଣ । ଜ୍ୱାଳାମୁଖୀ ଫାଟିବା ପରେ ଆକାଶରେ ହଜାର ହଜାର ମିଟର ଉଚ୍ଚ ଯାଏ ପାଉଁଶ ଧୂଆଁ ବ୍ୟାପିଯାଇଛି । ପ୍ରଶାସନ ଆଖାପାଖ ଗ୍ରାମଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ରିଲିଫ୍ କାର୍ୟ୍ୟ ଚାଲିଛି ।ଫିଲିପାଇନ୍ସର ନାଗରିକ ସୁରକ୍ଷା ଅଫିସ୍ ମୁତାବକ, କନଲାଓନ୍ ଆଗ୍ନେୟଗିରି ବିସ୍ଫୋରଣ ହେତୁ ପ୍ରାୟ ୮୭,୦୦୦ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।ନେଗ୍ରୋସ୍ ଦ୍ୱୀପରେ ଅବସ୍ଥିତ କନଲାଓନ୍ ଆଗ୍ନେୟଗିରି ସମୁଦ୍ର ପତ୍ତନଠାରୁ ୨,୪୦୦ ମିଟର (ପାଖାପାଖି ୮,୦୦୦ ଫୁଟ୍) ଉଚ୍ଚତାରେ ରହିଛି । ଏହା ଫିଲିପାଇନ୍ସର ୨୪ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଗୋଟିଏ । ଏହି ଆଗ୍ନେୟଗିରିରେ ପୂର୍ବରୁ ମଧ୍ୟ ଅନେକ ଥର ବିସ୍ଫୋରଣ ହୋଇଛି । ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ଏହା ସର୍ବଦା ବିପଦ ସଙ୍କେତ ରହିଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login