ଭୁବନେଶ୍ୱର : ରାଜ୍ୟରେ ବଢୁଛି ମଦ ବିକ୍ରି । ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ଏ ନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଗତବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲ୍କ ଲିଟର ବିକ୍ରି ହୋଇଛି । ସେହିପରି ଦେଶୀ ମଦର ମଧ୍ୟ ବଢିଛି ଚାହିଦା । ୨୦୨୨-୨୩ ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭, ୨୧୬, ୯୯ ଟଙ୍କାରେ ପହଞ୍ଚିଛି ।
Views: 34