ନୂଆଦିଲ୍ଲୀ : ଭୁଲ ବାଟ ଦେଖାଇଲା ଗୁଗୁଲ । ସର୍ଟକଟ୍ ରାସ୍ତା ପାଇଁ ସେମାନେ ଗୁଗଲ ମ୍ୟାପ ବ୍ୟବହାର କରିଥିଲେ । ବିହାରରୁ ଗୋଆ ଅଭିମୁଖେ ଯାଉଥିବା ଏକ ପରିବାର ଗୁଗୁଲ ମ୍ୟାପ ଉପରେ ନିର୍ଭର କରି ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶିଯାଉଥିବା ଖବର ସାମ୍ନାକୁ ଆସିଛି । ଗୁଗଲ ମ୍ୟାପର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକ ର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ରାତି କଟାଇବାକୁ ପଡ଼ିଥିଲା । ମ୍ୟାପ୍ରେ ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା । ବିପଦ ବିଷୟରେ କୌଣସି ଧାରଣା ନଥିବା ବେଳେ ପୂରା ପରିବାର ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଏହା ପରେ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ବାହାରକୁ ଯିବା ପାଇଁ ବାଟ ପାଇ ନଥିଲେ । ସେତିକି ନୁହେଁ ମୋବାଇଲ୍ ନେଟ୍ୱର୍କ କନେକ୍ସନ ନଥିବାରୁ ବାହାର ଲୋକଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇପାରି ନଥିଲା । ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରି ନଥିଲେ । ତେଣୁ ଭୟଭୀତ ହୋଇ ନିଜ କାର୍ରେ ରାତି କାଟିବାକୁ ବାଧ୍ୟ ହୋଇଥିଲେ । ପରଦିନ ସକାଳେ ୪ କିଲୋମିଟର ଚାଲିବା ପରେ ମୋବାଇଲ୍ ନେଟୱାର୍କ ପାଇଥିଲେ । ଏହା ପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବରକୁ ଫୋନ କରି ସହାୟତା ମାଗିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।
ଭୁଲ ବାଟ ଦେଖାଇଲା ଗୁଗଲ, ଗୋଆ ବଦଳରେ ଘଞ୍ଚ ଜଙ୍ଗଲରେ ପଶିଲେ ବିହାରରୁ ଯାଉଥିବା ଏକ ପରିବାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











