ନୂଆଦିଲ୍ଲୀ : ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଏପର୍ୟ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ଆରଆରଆର ରିଲିଜର ପ୍ରଥମ ଦିନରେ ୧୫୬କୋଟି ଆୟ କରିଥିବା ବେଳେ ‘ପୁଷ୍ପା ୨: ଦି ରୁଲ୍’ ଏହାକୁ ଟପିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଆଗକୁ ଫିଲ୍ମଟି ଇତିହାସ ରଚିବ ବୋଲି ଆଶା କରାଯାଉଛି।
ଫିଲ୍ମ ରିଲିଜର ପ୍ରଥମ ଦିନରେ ୧୭୫ କୋଟି !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











