ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ ଜବତ, ୭୦ ଗୋରୁ ଉଦ୍ଧାର । ଉଲୁଣ୍ଡା ଥାନା ସିଣ୍ଡୋଲ ଗାଁ ନିକଟରୁ ୨ଟି ଟ୍ରକ ଜବତ । ଜଣେ ଟ୍ରକ ଡ୍ରାଇଭର ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛି । ବିନିକା ପୋଲିସ ଦୁଇଟି ଗୋରୁ ବୋଝେଇ ଟ୍ରକକୁ ମହାନଦୀ ପୋଲ ନିକଟରେ କାବୁ କରିଛି। କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲା ପୋଲିସ। ମାତ୍ର ଟ୍ରକ ଦ୍ବୟ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ପରେ ଦୁଇଟି ଟ୍ରକ ଏକା ସାଙ୍ଗରେ ଦ୍ରୁତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ପିଛା କରିଥିଲା। ମହାନଦୀ ପୋଲ ନିକଟରେ ପୋଲିସ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲା। ତେବେ ଟ୍ରକରେ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିବା ଜଣାପଡିଛି। ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କାମଧେନୁ ଗୋ ସେବାଶ୍ରମକୁ ଦିଆଯାଇଛି।
Views: 65











