ନୂଆଦିଲ୍ଲୀ : ଅଭିନେତ୍ରୀ ନର୍ଗିସ ପାଖରୀଙ୍କ ଭଉଣୀ ଆଲିଆ ପାଖରିଙ୍କ ବିରୋଧରେ ଆସିଲା ସାଂଘାତିକ ଖବର । ପୂର୍ବତନ ପ୍ରେମିକଙ୍କୁ ପୋଡି ମାରିବା ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରିଛି ନ୍ୟୁୟର୍କ ପୋଲିସ । ଏହି ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ନର୍ଗିସ ଫାଖରିଙ୍କ ଭଉଣୀ ଆଲିଆ ଫାଖରି ନିଜ ପୂର୍ବତନ ପ୍ରେମିକଙ୍କ ସହିତ ପୁଣି ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ ଏଡଓ୍ୱାଡ ଜ୍ୟାକୋବସ୍ ଏପରି ଚାହୁଁନଥିଲେ ଏବଂ ସେ ତାଙ୍କ ସହ ରିଲେସନସିପରେ ରହିବାକୁ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଆଲିଆ ନିଜ ପୂର୍ବତନ ପ୍ରେମିକ ଏଡଓ୍ୱାଡ୍ ଏବଂ ତାଙ୍କ ଗଲଫ୍ରେଣ୍ଡ ଇଟିଏନକୁ ହତ୍ୟା କରିଥିଲେ । ଉଭୟଙ୍କୁ ଗ୍ୟାରେଜରେ ନିଆଁ ଲଗାଇ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏବେ ଏହି ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଆଲିଆ ଫାଖରିଙ୍କ ନାଁରେ ରହିଛି ଅନେକ ଅଭିଯୋଗ । ସୂଚନା ଅନୁସାରେ, ୨୬ ନଭେମ୍ୱରରେ ଗିରଫ କରାଯାଇଥିଲା । ଏହା ପର ଦିନ ତାଙ୍କୁ ନିଆଁ ଲଗାଇବା ତଥା ପ୍ରଥମ ସ୍ତରୀୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଯଦି ଏହି ଅଭିଯୋଗ ଗୁଡିକ ସତ ପ୍ରମାଣିତ ହୁଏ ,ତେବେ ଆଲିଆଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।
ପୂର୍ବତନ ପ୍ରେମିକକୁ ପୋଡି ମାରିବା ଘଟଣାରେ ଅଭିନେତ୍ରୀ ନର୍ଗିସଙ୍କ ଭଉଣୀ ବିରୋଧରେ ଚାଲିଲା ମାମଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











