ନୂଆଦିଲ୍ଲୀ : ଅଭିନେତ୍ରୀ ନର୍ଗିସ ପାଖରୀଙ୍କ ଭଉଣୀ ଆଲିଆ ପାଖରିଙ୍କ ବିରୋଧରେ ଆସିଲା ସାଂଘାତିକ ଖବର । ପୂର୍ବତନ ପ୍ରେମିକଙ୍କୁ ପୋଡି ମାରିବା ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରିଛି ନ୍ୟୁୟର୍କ ପୋଲିସ । ଏହି ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ନର୍ଗିସ ଫାଖରିଙ୍କ ଭଉଣୀ ଆଲିଆ ଫାଖରି ନିଜ ପୂର୍ବତନ ପ୍ରେମିକଙ୍କ ସହିତ ପୁଣି ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ ଏଡଓ୍ୱାଡ ଜ୍ୟାକୋବସ୍ ଏପରି ଚାହୁଁନଥିଲେ ଏବଂ ସେ ତାଙ୍କ ସହ ରିଲେସନସିପରେ ରହିବାକୁ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଆଲିଆ ନିଜ ପୂର୍ବତନ ପ୍ରେମିକ ଏଡଓ୍ୱାଡ୍ ଏବଂ ତାଙ୍କ ଗଲଫ୍ରେଣ୍ଡ ଇଟିଏନକୁ ହତ୍ୟା କରିଥିଲେ । ଉଭୟଙ୍କୁ ଗ୍ୟାରେଜରେ ନିଆଁ ଲଗାଇ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏବେ ଏହି ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଆଲିଆ ଫାଖରିଙ୍କ ନାଁରେ ରହିଛି ଅନେକ ଅଭିଯୋଗ । ସୂଚନା ଅନୁସାରେ, ୨୬ ନଭେମ୍ୱରରେ ଗିରଫ କରାଯାଇଥିଲା । ଏହା ପର ଦିନ ତାଙ୍କୁ ନିଆଁ ଲଗାଇବା ତଥା ପ୍ରଥମ ସ୍ତରୀୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଯଦି ଏହି ଅଭିଯୋଗ ଗୁଡିକ ସତ ପ୍ରମାଣିତ ହୁଏ ,ତେବେ ଆଲିଆଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।
ପୂର୍ବତନ ପ୍ରେମିକକୁ ପୋଡି ମାରିବା ଘଟଣାରେ ଅଭିନେତ୍ରୀ ନର୍ଗିସଙ୍କ ଭଉଣୀ ବିରୋଧରେ ଚାଲିଲା ମାମଲା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...