ମୁମ୍ବାଇ : ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାରାଷ୍ଟ୍ରରେ ଚାଲିଛି ଟଣାଓଟରା । ଛିଣ୍ଡୁନି ଅଙ୍କ ହୋଇପାରୁନି ନିଷ୍ପତ୍ତି । ଅଚଳାବସ୍ଥା ମଧ୍ୟରେ ଦିଲ୍ଲୀ ଗସ୍ତ କରିଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସମ୍ଭବତଃ ନୂଆ କ୍ୟାବିନେଟର ରୂପରେଖ ନେଇ ଆଲୋଚନା କରିପାରନ୍ତି ସିନ୍ଦେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ଅଛନ୍ତି। ତେବେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଛି। କେତେକ ସର୍ତ୍ତରେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି। ଶିବସେନାକୁ ନଗର ଉନ୍ନୟନ, ରାଜସ୍ବ, କୃଷି, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନ୍ୟାୟ ଓ ରାଜ୍ୟ ସଡକ ପରିବହନ ବିଭାଗ ମିଳିପାରେ। ସେପଟେ ଏନସିପି ଉପମୁଖ୍ୟମନ୍ତ୍ରୀ, ଅର୍ଥ ଓ ଯୋଜନା, ମେଡିକାଲ ଶିକ୍ଷା, କ୍ରୀଡା, ମହିଳା ଓ ଶିଶୁ କଲ୍ୟାଣ ଆଦି ବିଭାଗ ଲାଗି ଚାହିଁଛି। ମନ୍ତ୍ରିମଣ୍ଡଳରେ ବିଜେପି ୨୧ରୁ ୨୨, ଶିବସେନା ୧୦ରୁ ୧୨ ଓ ଏନସିପି ୮ରୁ ୯ ମନ୍ତ୍ରୀ ପାଇବା ଆଶା ରହିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ରହିପାରିବେ।
କିଏ ହେବ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ? ଛିଣ୍ଡୁନି ଅଙ୍କ, ହୋଇ ପାରୁନି ନିଷ୍ପତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











