ମୁମ୍ବାଇ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢଉ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍ଫେର୍ ମାମଲାରେ ବାସଭବନ ତଥା କାର୍ୟ୍ୟାଳୟରେ ଚଢ଼ଉ କରିଛି। କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ଆରମ୍ଭ କରି କୁନ୍ଦ୍ରାଙ୍କ ସହଯୋଗୀଙ୍କ ପୂରା ପରିସରକୁ ମଧ୍ୟ ଖୋଜୁଛି ବୋଲି ଅଧିକାରୀମାନେ କହିଛନ୍ତି। ‘ଅଶ୍ଳୀଳ’ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ଜୁନ୍ ୨୦୨୧ରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେପ୍ଟେମ୍ବର ୨୦୨୧ରେ ଜାମିନରେ ବାହାରକୁ ଆସିଥିଲେ। ମୁମ୍ବାଇ ପୁଲିସର କହିବାନୁସାରେ, ରାଜ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ। ତେବେ ଏହି ମାମଲାକୁ ନେଇ ଏବେ ତାଙ୍କ ବାସଭବନ ଓ ବିଭିନ୍ନ କାର୍ୟ୍ୟାଳୟରେ ଚଢ଼ଉ କରୁଛି ଇଡି।
Views: 75











