ବିବାହର ଦୀର୍ଘ ୨୦ ବର୍ଷ ପରେ ଅଲଗା ହେଲେ ସାଉଥ୍ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ୟ୍ୟା ରଜନୀକାନ୍ତ । ପ୍ରାୟ ୨ ବର୍ଷ ଅଲଗା ରହିବା ପରେ ଚେନ୍ନାଇ ପରିବାର କଲ୍ୟାଣ କୋର୍ଟ ଉଭୟଙ୍କୁ ଛାଡପତ୍ର ଦେଇଛନ୍ତି । ଏହାପୂର୍ବରୁ ଏହି ଛାଡପତ୍ର ମାମଲାର ତିନିଥର ଶୁଣାଣି ହୋଇଛି । ତେବେ ଉଭୟ ଧନୁଷ ଏବଂ ଐଶ୍ୱର୍ୟ୍ୟା ରଜନୀକାନ୍ତ ଏହି ଶୁଣାଣି ଅଧିବେଶନରେ ଯୋଗ ଦେଇନଥିଲେ । ଏବେ ଦୁହେଁ ଶେଷରେ ଛାଡପତ୍ର ପାଇଛନ୍ତି । ପ୍ରାୟ ୨ ବର୍ଷ ପୂର୍ବେ ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ୟ୍ୟାଙ୍କଠାରୁ ଅଲଗା ହେବାର ଖବର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରିଥିଲେ । ଧନୁଷ ଏକ୍ସ ପୋଷ୍ଟରେ ଲେଖିଥିଲେ, ୧୮ ବର୍ଷର ପ୍ରେମୀ, ବନ୍ଧୁ ଏବଂ ଅଭିଭାବକ ଭାବେ ଏହା ଏକ ଚମତ୍କାର ଯାତ୍ରା ଥିଲା । କିନ୍ତୁ ଆଜି ସମୟ ଆସିଛି ଆମ ଅଲଗା ହେବାର । ଐଶ୍ୱର୍ୟ୍ୟା ମଧ୍ୟ ଧନୁଷଙ୍କ ସହ ସମାନ ପୋଷ୍ଟ ସେୟାର କରିଥିଲେ । ସୂଚନାଯୋଗ୍ୟ ଯେ ଐଶ୍ୱର୍ୟ୍ୟା ହେଉଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ । ସେହିପରି ଧନୁଷ ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ । ଐଶ୍ୱର୍ୟ୍ୟା ଓ ଧନୁଷ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହର ୨୦ ବର୍ଷ ପରେ ଅଲଗା ହେଲେ ସାଉଥ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...