ରାଞ୍ଚି : କଂସେଇ ସାଜିଲା ପ୍ରେମିକ । ଲିଭ ଇନରେ ରହୁଥିବା ପ୍ରେମିକାକୁ କଲା ୫୦ ଖଣ୍ଡ । ପାର୍ଟନରକୁ ମାରିବା ପରେ ଫୋପାଡିଲା ଜଙ୍ଗଲରେ । ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ଘଟିଛି ଲୋମ ଟାଙ୍କୁରା ଘଟଣା ।
ଖୁଣ୍ଟି ଜିଲ୍ଲାର ୨୫ ବର୍ଷୀୟ ଯୁବକ ନରେଶ ଭେଙ୍ଗରା ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ରହିଥିଲେ । ଦୁହେଁ କିଛିଦିନ ହେବ ତାମିଲନାଡ଼ୁରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । କିଛି ସମୟ ପୂର୍ବରୁ ସେ ଘରକୁ ଆସିଥିଲେ ଏବଂ ଅନ୍ୟ ଏକ ଝିଅକୁ ବିବାହ ମଧ୍ୟ କରିଥିଲେ । ଏହାପରେ ସେ ସ୍ତ୍ରୀକୁ ନ ନେଇ ତାମିଲନାଡ଼ୁ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ଯୁବକ-ଯୁବତୀ ଖୁଣ୍ଟି ଜିଲ୍ଲାକୁ ଫେରିଥିଲେ । ହେଲେ ପ୍ରେମିକାକୁ ଘରକୁ ନ ନେବାକୁ ଚାହୁଥିଲେ । ଯୁବକ ତାଙ୍କ ଲିଭ ଇନ ପାର୍ଟନରଙ୍କୁ କିଛି ନ ଜଣାଇ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ । ନରେଶ ପୁଣି ତାମିଲନାଡୁ ଫେରି ସେହି ଯୁବତୀଙ୍କୁ ନିଜ ଗାଁ ଖୁଣ୍ଟିକୁ ଆଣିଥିଲେ । ପରେ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ତଣ୍ଟି ଚିପି ମାରିବା ପରେ ଜଙ୍ଗଲରେ ୪୦ ଖଣ୍ଡ କରି କାଟିବା ପରେ ଜନ୍ତୁ ଖାଇବା ପାଇଁ ଫୋପାଡି ଦେଇଥିଲେ । ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲା ଅଭିଯୁକ୍ତ । ସେ ମାଂସଖଣ୍ଡ ପକାଇଥିବା ସ୍ଥାନରେ ବୁଲା କୁକୁର ବୁଲି ଭୁକିଥିଲା ବୋଲି ସ୍ଥାନୀୟ ଲୋକ ଜାଣିବାକୁ ପାଇଥିଲେ । ଏହାପରେ ପୋଲିସକୁ ସୂଚନା ଦେଇଥିଲେ ।
କୁକୁଡା କାଟିବାରେ ମାହିର ଥିଲା ନରେଶ । ତେଣୁ ପ୍ରେମିକାକୁ ହତ୍ୟା କରିବା ପରେ ୪୦ ରୁ ୫୦ ଖଣ୍ଡ କରି କାଟିଦେଇ ଜଙ୍ଗଲୀ ଜନ୍ତୁ ଖାଇବା ପାଇଁ ଛାଡିଦେଇଥିଲା । ପୋଲିସ ଏହା ଜାଣିବା ପରେ ହତ୍ୟାକାରୀ ନରେଶକୁ ଗିରଫ କରିଛି । ଗିରଫ କରିବା ପରେ ଅଧିକ ତଦନ୍ତ ଆରମ୍ଭ କରି ଯାଞ୍ଚ ଜାରି ରଖିଛି । ମାତ୍ର ୨୪ ନଭେମ୍ବରରେ ଘଟଣା ସାମନାକୁ ଆସିଥିଲା ।
ଲିଭ ଇନ ପ୍ରେମିକାକୁ ୪୦ ଖଣ୍ଡ କଲା ପ୍ରେମିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











