ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲୋକସଭା ସାଂସଦ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ସଦନର ସଦସ୍ୟତା ପାଇଁ ସେ ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ହାତରେ ସମ୍ବିଧାନର ଲାଲ ବହି ଦେଖିବାକୁ ମିଳିଥିଲା । ତାଙ୍କର ଏହି ହାବଭାବରୁ ସ୍ପଷ୍ଟ ହୋଇଗଲା ଯେ ସେ ଲୋକସଭାରେ ଭାଇ ରାହୁଲ ଗାନ୍ଧୀଙ୍କ ଭଳି ନିଜ ଭୁମିକା ଗ୍ରହଣ କରିବେ । କେରଳର ୱାଇନାଡ ଉପନିର୍ବାଚନରେ ବାଜିମାତ୍ କରିଥିଲେ ପ୍ରିୟଙ୍କା । ଶପଥ ନେବାର କିଛି ସମୟ ପରେ ନିଜ ଆସନକୁ ଯିବା ପୂର୍ବରୁ ଭାଇ ରାହୁଲ ଗାନ୍ଧୀଙ୍କୁ ନମସ୍କାର ଜଣାଇଛନ୍ତି ପ୍ରିୟଙ୍କା । ଏହାପରେ ଭାଇ ଭଉଣୀ ଉଭୟଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି । ପ୍ରିୟଙ୍କାଙ୍କ ସହ କଂଗ୍ରେସର ଆଉ ଜଣେ ସାଂସଦ ରବିନ୍ଦ୍ର ଚୌହ୍ବାନ ବି ଶପଥ ନେଇଛନ୍ତି । ମହାରାଷ୍ଟ୍ରର ନାନ୍ଦେଡ ସିଟ୍ ଉପନିର୍ବାଚନରେ ବିଜୟ ହୋଇଥିଲେ ରବିନ୍ଦ୍ର । ଏହି ଆସନରୁ ବାଇ ରାହୁଲ ନିର୍ବାଚନ ଜିତିଥିଲେ । କିନ୍ତୁ ରାହୁଲ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ରାହୁଲ ଗାନ୍ଧୀ ଏହି ଆସନ ଛାଡି ଦେଇଥିଲେ । ଯାହା ପରେ ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରିୟଙ୍କା ଦୀର୍ଘ ସମୟରୁ କଂଗ୍ରେସର ଷ୍ଟାର ପ୍ରଚାରକ ଓ ମହାସଚିବ ରହିଆସିଛନ୍ତି । କିନ୍ତୁ ନିର୍ବାଚନକୁ ଓହ୍ଲାଇବା ସହ ଏବେ ସେ ରାଜନୀତିକୁ ଓହ୍ଲାଇଛନ୍ତି ।
ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











