ବରେଲି : ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେହି ପଟରେ ଗାଡ଼ି ନେଇ ଯାଉଥିବା ବେଳେ ଶେଷରେ ସେହି ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି। ଏହି ଘଟଣା ହେଉଛି ଶନିବାର ଦିନର। ପୀଡିତଙ୍କ ମଧ୍ୟରୁ ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣିନଥିବାରୁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା। କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା, ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଗୁଗୁଲ ମ୍ୟାପ ଦେଖାଇଲା ଭୁଲ ବାଟ , ପୋଲ ତଳକୁ ଖସିଲା କାର । ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...