The Ultimate Managed Hosting Platform
ADVERTISEMENT

ମସଜିଦ ସର୍ଭେକୁ ନେଇ ୟୁପିରେ ହିଂସା , ଇଣ୍ଟରନେଟ ସେବା ସମେତ ସ୍କୁଲ ଓ କଲେଜ ବନ୍ଦ

Facebook
Twitter
LinkedIn

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର ଏକ ଜାମା ମସଜିଦ୍ ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ହିଂସା ହୋଇଛି। ସ୍ଥାନୀୟ ବାସିନ୍ଦା ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସମ୍ଭଲରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ ଆଜି ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login