ଜଳେଶ୍ୱର : କଣ୍ଟେନର ସହ ଜଳିଗଲେ ଡ୍ରାଇଭର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପ୍ରଥମେ ଭାରସାମ୍ୟ ହରାଇ ଟୋଲ ଗେଟକୁ ଧକ୍କା ଦେଇଥିଲା କଣ୍ଟେନର । ପରେ ହୁତୁହୁତୁ ହୋଇ ଜଳାଯାଇଥିଲା । କଣ୍ଟେନର ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଚା ପତି ବୋଝେଇ କଣ୍ଟେନର ପଶ୍ଚିମବଙ୍ଗରୁ ଆସୁଥିବା ବେଳେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।
Views: 32