The Ultimate Managed Hosting Platform
ADVERTISEMENT

ଓଲଟିଲା ଗାଡି ବୋହିନେଲେ କୁକୁଡା

Facebook
Twitter
LinkedIn

କେନ୍ଦୁଝର : ଓଲଟିଲା ଗାଡି ବୋହିନେଲେ କୁକୁଡା ।ଆଜି ଭୋରରୁ ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଘଟିଛି ଦୁର୍ଘଟଣା । ଅନୁଗୁଳରୁ ଏହି କୁକୁଡା ବୋଝେଇ ପିକଅପ ଭ୍ୟାନଟି ରାଇରଙ୍ଗପୁରକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଚାପି ହୋଇ ଅନେକ କୁକୁଡା ମରିଯାଇଥିବା ବେଳେ ଲୋକେ କୁକୁଡା ବୋହି ନେଇଛନ୍ତି । ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି । ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login