ମୁମ୍ବାଇ : ବିଶିଷ୍ଟ ସଂଗୀତ ନିଦେ୍ର୍ଦଶକ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡପତ୍ର ଦେଇଛନ୍ତି । ୨୯ ବର୍ଷ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଏକ ପ୍ରେସ ବାର୍ତ୍ତାରେ ସାଇରା ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ସେମାନଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା । କଷ୍ଟ ଏବଂ ଯନ୍ତ୍ରଣା ପାଇବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସାଇରା କହିଛନ୍ତି । ରହମାନ ୧୯୯୫ ମସିହାରେ ସାଇରାଙ୍କୁ ବିବାହ କରିଥିଲେ । ମାଙ୍କ ପସନ୍ଦରେ ଝିଅକୁ ବିବାହ କରିଥିଲେ ରେହମାନ । ରେହମାନ ଓ ସାଇରାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
Views: 39