The Ultimate Managed Hosting Platform
ADVERTISEMENT

ବିଷାକ୍ତ ମଦ ନେଲା ଆଉ ଏକ ଜୀବନ

Facebook
Twitter
LinkedIn

ବ୍ରହ୍ମପୁର : ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଏମକେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ । ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି , ଆଉ ୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି । ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟିଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇ ସାରିଛି । ଏହା ପରେ ଲକ୍ଷ୍ମଣ ବେହେରାଙ୍କ ଅବସ୍ଥା ଗୁରୁତର ହୋଇପଡିଛିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଆଉ ଆଜି ସକାଳେ ସେ ଆଖି ବୁଜିଛନ୍ତି । ସୂଚନା ଅନୁସାରେ ଜେନାପୁର ଓ କରବାଲୁଆ ଗାଁର ୨୩ ଜଣ ଲୋକ ଅପମିଶ୍ରିତ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇପଡିଥିଲେ । ଏହି ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଘଟଣାର ଖୋଳତାଡ ଆରମ୍ଭ ହୋଇଥିଲା । ଏହି ଘଟଣାରେ ମଦ ମାଫିଆଙ୍କୁ ମିଶାଇ ସମୁଦାୟ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login