ଭୁବନେଶ୍ୱର : ଚିକେନ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର । ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଅପିଲ । କିଛି ଦିନ ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ କରୁଛି । ସଂକ୍ରମିତ ଅଞ୍ଚଳରୁ କୁକୁଡା କିଣିବାକୁ ଦୋକାନୀଙ୍କୁ ଅନୁରୋଧ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି ।କୁକୁଡା ବା ପକ୍ଷୀଙ୍କର ଅସ୍ୱାଭାବିକ ମୃତ୍ୟୁ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଜଣାଇବାକୁ କୁହାଯାଇଛି ।
ଅନ୍ୟପଟେ ଆମିଷ ବାରରେ ରାଜଧାନୀକୁ ଦିନକୁ ପ୍ରାୟ ୮୦ କୁଇଣ୍ଟାଲରୁ ଅଧିକ ଚିକେନ ଆମଦାନୀ ହୋଇଥାଏ । ଅଧିକାଂଶ କୁକୁଡା ପିପିଲିରୁ ଆସିଥାଏ । ହେଲେ ବାର୍ଡ ଫ୍ଲୁ ପାଇଁ ପିପିଲିରୁ ଚିକେନ ଆମଦାନୀ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଏବେ କଟକରୁ ଚିକେନ ଆସୁଥିଲେ ମଧ୍ୟ ବିକ୍ରି କମିଛି । ଫଳରେ ଏବେ ରାଜଧାନୀରେ ମାତ୍ର ୫ରୁ ୧୦ କୁଇଣ୍ଟାଲ ଚିକେନ ଆସୁଥିବା ଜଣାପଡିଛି ।
Views: 61











