ଭୁବନେଶ୍ବର : ଗୃହକୁ ମୋବାଇଲ ଓ ପାଣି ବୋତଲ ନେବା ମନା । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେହିପରି ଗୃହ ଭିତରେ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଥୁରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହରେ ଏ ସବୁ କରିବା ଅନୁଚିତ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି ବାଚସ୍ପତି । ଏଥିସହ ବାହାରେ ପାଣିର ପର୍ୟ୍ୟାପ୍ତ ବ୍ୟବସ୍ଥା ବ୍ୟବସ୍ଥା ର ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏ ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି।
Views: 81











