ଭୁବନେଶ୍ୱର : ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସଂରକ୍ଷଣକୁ ନେଇ ଦେଶରେ ସମସ୍ୟା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି । ଏସସି-ଏସଟିମାନଙ୍କୁ ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ଦେବାବେଳେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ତାଙ୍କୁ ମାତ୍ର ୨୦ ପ୍ରତିଶତ ଦିଆଯାଉଛି। ଓବିସି ଓ ଏସଇବିସି ପିଲାଙ୍କୁ କୌଣସି କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେଉ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ରାଜ୍ୟରେ ଯେଉଁ ୨୨ ଶହ ସିଟରେ ମେଡିକାଲ ଆଡମିଶନ ହେଉଛି ସେଥିରୁ ୨୦ ପ୍ରତିଶତ ଏସସି-ଏସଟିଙ୍କୁ ଦେବାବେଳେ ଉଚ୍ଚବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗକୁ ୧୦ ପ୍ରତିଶତ ଦେଉଛନ୍ତି। ଅର୍ଥାତ ୨୨ଶହ ସିଟରୁ ୧୬୮ ସିଟ୍ ସେମାନଙ୍କୁ ଦିଆଯାଉଛି। ଏସସିଏସଟି ମାନେ ୨୦ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ତାଙ୍କର ହକ୍ ହେଉଛି ୩୮.୭୫ ପ୍ରତିଶତ। ମାତ୍ର ଓବିସି ଓ ଏସଇବିସି ସେମାନଙ୍କୁ କିଛି ମିଳୁନାହିଁ। ତେଣୁ ବିଜେଡି ଦାବି କରୁଛି ଓବିସି ଛାତ୍ରଛାତ୍ରୀଙ୍କୁ ଅନ୍ତତଃ ୨୭ ପ୍ରତିଶତ ଦିଆଯାଉ। ମେଡିକାଲ ନାମଲେଖା ଚାଲିଛି। ତେଣୁ ଝଉ ଝଞ ଛାତ୍ରଛାତ୍ରୀଙ୍କୁ ୩୮.୭୫% ଓ ଙଈଉ ଛାତ୍ରଛାତ୍ରୀଙ୍କୁ ୧୧.୭୫% ସଂରକ୍ଷଣ ମିଳୁ ବୋଲି ଦାବି କରିଛନ୍ତି ଅରୁଣ।
ଶିକ୍ଷାକ୍ଷେତ୍ରରେ ଓବିସିଙ୍କୁ ସରଂକ୍ଷଣ ପାଇଁ ବିଜେଡିର ଦାବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











