The Ultimate Managed Hosting Platform
ADVERTISEMENT

କୋଲକତା ପରେ ଆସାମରେ କଳଙ୍କ , ଟ୍ୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଆଉ ଏକ ସେମିତି ଛାତିଥରା ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି । ଆସାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ୧୪ ବର୍ଷର ଝିଅଟି ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ତା ପରେ ସେହି ଝିଅଟିକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ। ନୌଗାଁଓ ଜିଲ୍ଲାରେ ହୋଇଛି ଏହି ଜଘନ୍ୟକାଣ୍ଡ। ଝିଅଟି ଦଶମ ଶ୍ରେଣୀରେ ପଢୁଥିଲା। ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ହସପିଟାଲରେ ତାର ଚିକିତ୍ସା ଚାଲିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ବିଭିନ୍ନ ଛାତ୍ର ସଂଗଠନ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ବନ୍ଦ ଡାକରା ମଧ୍ୟ ଦିଆଯାଇଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ । ଶନିବାର ସକାଳ ୪ଟା ସମୟରେ ପୋଲିସ ସିନ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ଆଣିବା ସମୟରେ ପୋଲିସ ହେପାଜତରୁ ଖସି ପଳାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଏସପିଙ୍କ ଅନୁଯାୟୀ ସେ ଖସିଯିବାକୁ ଚେଷ୍ଟା କରି ପୋଖରୀକୁ ଡେଇଁପଡିଥିଲେ। ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏସଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଅଭିଯୁକ୍ତଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login