କଟକ : କମିଶନରେଟ୍ ପୋଲିସ୍ ପକ୍ଷରୁ ପାର୍ବଣ ପୂର୍ବରୁ କଡ଼ା ଚେତାବନୀ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ଗଣେଶ ପୂଜା ନେଇ କଟକରେ ଏକ ବୈଠକ ବସିଥିଲା। ଏହା ପରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସେପ୍ଟେମ୍ବର ୭ ତାରିଖରେ ଗଣେଶ ପୂଜା ପଡୁଛି । ଏଥର ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ ରହିଛି । ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ବରରେ ଡିଜେ ବନ୍ଦ । ଏହାସହ ଜବରଦସ୍ତ ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ଜିରୋ ଟଲେରାନ୍ସ ନୀତି ଆପଣେଇବାକୁ ପୋଲିସ ଚେତାଇ ଦେଇଛି । ସେପଟେ ପୂଜା ପୂର୍ବରୁ ସବୁ ବିଭାଗ ସହ ଆଲୋଚନା କରାଯାଇ ସହରର ରାସ୍ତାଘାଟ ମରାମତି, ଅଲୋକୀକରଣ ସହ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।
Views: 46