ନୂଆଦିଲ୍ଲୀ : ଋଷରେ ଶକ୍ତିଶାଳୀ ଭୂକମ୍ପ । ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ତେବେ ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ସୁନାମି ସତର୍କ ସୂଚନା ଜାରି କରିନାହିଁ । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଏହି ସହରର ଜନସଂଖ୍ୟା ପାଖାପାଖି ଦୁଇ ଲକ୍ଷ । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଏହାର ରିପୋର୍ଟରେ କହିଛି ଯେ ଭୂକମ୍ପର କେନ୍ଦ୍ର ପେଟ୍ରୋପାଭ୍ଲୋଭସ୍କ- କାମଚାତାସ୍କି ଠାରୁ ୫୫ ମାଇଲ ଦୂରରେ ଥିଲା । ଯାହା ପୃଥିବୀର ୪୮ କିଲୋମିଟର ଭିତରେ ଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି । କିନ୍ତୁ ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ଭୂମିକମ୍ପ ଅଞ୍ଚଳର ୩୦୦ କିଲୋମିଟର ପରିଧି ମଧ୍ୟରେ ସୁନାମି ସତର୍କ ସୂଚନା ଜାରି କରିଛି ।
ଋଷରେ ଶକ୍ତିଶାଳୀ ଭୂକମ୍ପ; ଥରିଲା କୋଠା , ଘରୁ ଦୈାଡି ପଳାଇଲେ ଲୋକେ । ଶିବେଲୁଚରେ ଆଗ୍ନେୟଗିରି ଉଦଗୀରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







