The Ultimate Managed Hosting Platform
ADVERTISEMENT

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ଓଡିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ । ଏହା ଇଂରେଜ ମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା । ଗୋପବନ୍ଧୁ ଚୌଧୁରୀ, ସୁରେନ୍ଦ୍ର ସାଏ, ମାଧୋ ସିଂ, ମାଳତୀ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ଅସୀମ ତ୍ୟାଗବଳରେ ଭାରତ ସ୍ବାଧୀନତା ଲାଭ କରିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାଧୀନତା ଦିବସ ପାଳନ ଅବସରରେ ସେ କହିଥିଲେ, ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶ ପାଲଟିଛି। ଦେଶର ଅର୍ଥନୀତି ୪ ଟ୍ରିଲିୟନ ଡଲାର ହୋଇସାରିଲାଣି। ମାତ୍ର ୧୦ ବର୍ଷରେ ଭାରତର ପଞ୍ଚମ ବୃହତ ସ୍ଥାନରେ ପହଞ୍ଚିଛି। ଏହି ମାଟିରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। ଓଡ଼ିଶା ଗଠନରେ ମଧୁସୂଦନ ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗୌରୀ ଶଙ୍କର ରାୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ଫକିର ମୋହନ ସେନାପତିଙ୍କ ପରି ନେକ କବି ଓ ଲେଖକ ସ୍ବାଧୀନତା ସଂଗ୍ରାମୀକୁ ଆଗେଇ ନେଇଥିଲେ।
ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ନୂଆ ଆହ୍ବାନ ଆସିଛି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରୁଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ଓ ରତ୍ନ ଭଣ୍ଡାର ଖୋଲିଛନ୍ତି ସରକାର। କୃଷକ ଓ ମହିଳାଙ୍କ ଆର୍ଥିକ ଉନ୍ନତି ହିଁ ରାଜ୍ୟ ସରକାରଙ୍କ ସଂକଳ୍ପ। ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା କରାଯାଇଛି। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ରାଜ୍ୟର ଉନ୍ନତି ସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି, ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଲାଗି ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହୋଇଛି। ୪୮୦ କିଲୋମିଟର ଉପକୂଳ ରାଜପଥର ବିକାଶ କରାଯିବ। ରେଳବାଇର ବିକାଶ ଲାଗି ୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ନୂତନ ଜାତୀୟ ରାଜପଥ ଲାଗି ୨୧,୬୫୦ ମଞ୍ଜୁର ହୋଇଛି। ନୀଳ ଅର୍ଥନୀତିର ବିକାଶ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ରହିଛି। ଜନଜାତିଙ୍କ ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଆସନ୍ତା ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରାଯିବ। ରାଜ୍ୟରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଜାରି ରହିଛି। ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ଲାଗି ରାଜ୍ୟବାସୀ ଗର୍ବିତ। ରାଜ୍ୟର ମେଧାବୀ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

ADVERTISEMENT
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

Login