ନୂଆଦିଲ୍ଲୀ : ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା । ଜନତାଙ୍କ ସେବା ଆମର ପ୍ରଥମ ସଙ୍କଳ୍ପ । ଜନତାଙ୍କ ସେବାରୁ ବିକଶିତ ଭାରତ ସମ୍ଭବ । ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ଚାହୁଁଛି, ଯୁବକ ମାନେ ଶିକ୍ଷା ପାଇଁ ବିଦେଶ ନ ଯାଆନ୍ତୁ । ନୂଆ ଶିକ୍ଷାନୀତିରେ ମାତୃ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୈାଶଳକୁ ଗୁରୁତ୍ୱ ଦିଆଯାଇଛି । ଏବେ ଡାକ୍ତରୀ ପାଠ ପଢ଼ିବାକୁ ଆଉ ବିଦେଶ ଯବାକୁ ପଡ଼ିବନି । ନିଜ ଦେଶରେ ହିଁ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଦେଶରେ ଥିବା ମେଡିକାଲ କଲେଜରେ ୭୫ ହଜାର ନୂଆ ଡାକ୍ତରୀ ସିଟ୍ ବୃଦ୍ଧି କରାଯିବ । ପୂର୍ବରୁ କମ ସଂଖ୍ୟକ ସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ୟୁକ୍ରେନ ଓ ବାଂଲାଦେଶ ଭଳି ଦେଶକୁ ଯିବାକୁ ପଡୁଥିଲା । ଯୁଦ୍ଧ ଓ ବିକ୍ଷୋଭ ପାଇଁ ସେଠାରେ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ଏବେ କିନ୍ତୁ ନିଜ ଦେଶରେ ଡାକ୍ତରୀ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ୫ ବର୍ଷ ମଧ୍ୟରେ ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ ।
୫ ବର୍ଷରେ ୭୫ ହଜାର ମେଡିକାଲ ସିଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











