ନୂଆଦିଲ୍ଲୀ : ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା । ଜନତାଙ୍କ ସେବା ଆମର ପ୍ରଥମ ସଙ୍କଳ୍ପ । ଜନତାଙ୍କ ସେବାରୁ ବିକଶିତ ଭାରତ ସମ୍ଭବ । ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ଚାହୁଁଛି, ଯୁବକ ମାନେ ଶିକ୍ଷା ପାଇଁ ବିଦେଶ ନ ଯାଆନ୍ତୁ । ନୂଆ ଶିକ୍ଷାନୀତିରେ ମାତୃ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୈାଶଳକୁ ଗୁରୁତ୍ୱ ଦିଆଯାଇଛି । ଏବେ ଡାକ୍ତରୀ ପାଠ ପଢ଼ିବାକୁ ଆଉ ବିଦେଶ ଯବାକୁ ପଡ଼ିବନି । ନିଜ ଦେଶରେ ହିଁ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଦେଶରେ ଥିବା ମେଡିକାଲ କଲେଜରେ ୭୫ ହଜାର ନୂଆ ଡାକ୍ତରୀ ସିଟ୍ ବୃଦ୍ଧି କରାଯିବ । ପୂର୍ବରୁ କମ ସଂଖ୍ୟକ ସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ୟୁକ୍ରେନ ଓ ବାଂଲାଦେଶ ଭଳି ଦେଶକୁ ଯିବାକୁ ପଡୁଥିଲା । ଯୁଦ୍ଧ ଓ ବିକ୍ଷୋଭ ପାଇଁ ସେଠାରେ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ଏବେ କିନ୍ତୁ ନିଜ ଦେଶରେ ଡାକ୍ତରୀ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ୫ ବର୍ଷ ମଧ୍ୟରେ ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ ।
୫ ବର୍ଷରେ ୭୫ ହଜାର ମେଡିକାଲ ସିଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପ ନିଆଁରେ ମହିଳା ଦଗ୍ଧ
ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ...
ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର
ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ...
ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ
କଣିହାଁ : ଦ୍ୱିତୀୟ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ...
ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍
ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ ।...