ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ରୁଣୀ । ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ । ଦେଶ ପରାଧୀନ ବିରୋଧରେ ଲମ୍ବା ଲଢେଇ କରିଥିଲା । ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ । ବିକଶିତ ଭାରତ ଗଠନ ପାଇଁ ସରକାର କିପରି କାମ କରୁଛନ୍ତି ତାହା ଦେଶବାସୀଙ୍କୁ କହିଛନ୍ତି ମୋଦୀ । କହିଛନ୍ତି, ବିକଶିତ ଭାରତ କେବଳ ଏକ ଭାଷଣର ଶବ୍ଦ ନୁହେଁ । ସରକାର ଏନେଇ କଠୋର ପରିଶ୍ରମ କରୁଛନ୍ତି । ବିକଶିତ ଭାରତ ଗଠନ ପାଇଁ ଦେଶର କୋଟି କୋଟି ନାଗରିକଙ୍କର ମତ ନିଆଯାଉଛି । ଆଉ ଦେଶବାସୀମାନେ ମଧ୍ୟ ନିଜ ନିଜର ମତ ରଖିଛନ୍ତି । ଯହା ଦେଖି ମତେ ବହୁତ ଖୁସି ଲାଗୁଛି ।୨୦୪୭ ସୁଦ୍ଧା ବିକଶିତ ଦେଶରେ ପରିଗଣିତ ହେବ ଭାରତ । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଏହା ସ୍ବର୍ଣ୍ଣିମ କାଳଖଣ୍ଡ । ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହ ଉନ୍ନତି ଏବଂ ପ୍ରଗତିର ସଙ୍କଳ୍ପ ନେଇ ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ନରେନ୍ଦ୍ର ମୋଦୀ ।
ବିକଶିତ ଭାରତ କେବଳ ଭାଷଣ ନୁହେଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











