ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ରୁଣୀ । ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ । ଦେଶ ପରାଧୀନ ବିରୋଧରେ ଲମ୍ବା ଲଢେଇ କରିଥିଲା । ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ । ବିକଶିତ ଭାରତ ଗଠନ ପାଇଁ ସରକାର କିପରି କାମ କରୁଛନ୍ତି ତାହା ଦେଶବାସୀଙ୍କୁ କହିଛନ୍ତି ମୋଦୀ । କହିଛନ୍ତି, ବିକଶିତ ଭାରତ କେବଳ ଏକ ଭାଷଣର ଶବ୍ଦ ନୁହେଁ । ସରକାର ଏନେଇ କଠୋର ପରିଶ୍ରମ କରୁଛନ୍ତି । ବିକଶିତ ଭାରତ ଗଠନ ପାଇଁ ଦେଶର କୋଟି କୋଟି ନାଗରିକଙ୍କର ମତ ନିଆଯାଉଛି । ଆଉ ଦେଶବାସୀମାନେ ମଧ୍ୟ ନିଜ ନିଜର ମତ ରଖିଛନ୍ତି । ଯହା ଦେଖି ମତେ ବହୁତ ଖୁସି ଲାଗୁଛି ।୨୦୪୭ ସୁଦ୍ଧା ବିକଶିତ ଦେଶରେ ପରିଗଣିତ ହେବ ଭାରତ । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଏହା ସ୍ବର୍ଣ୍ଣିମ କାଳଖଣ୍ଡ । ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହ ଉନ୍ନତି ଏବଂ ପ୍ରଗତିର ସଙ୍କଳ୍ପ ନେଇ ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ନରେନ୍ଦ୍ର ମୋଦୀ ।
ବିକଶିତ ଭାରତ କେବଳ ଭାଷଣ ନୁହେଁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପ ନିଆଁରେ ମହିଳା ଦଗ୍ଧ
ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ...
ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର
ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ...
ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ
କଣିହାଁ : ଦ୍ୱିତୀୟ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ...
ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍
ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ ।...