The Ultimate Managed Hosting Platform
ADVERTISEMENT

ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ସିଲିଣ୍ଡର

Facebook
Twitter
LinkedIn

ଭୁବନେଶ୍ୱର : ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ସିଲିଣ୍ଡର। ଗୁରୁତର ହେଲେ ସୁନ୍ଦରପଦା ହାଟର ଜଣେ ପରିବା ବ୍ୟବସାୟୀ। ଏୟାରଫିଲ୍ଡ ଥାନାର କର୍ମଚାରୀ ଗ୍ୟାସ ବ୍ୟବହାର କଲାବେଳେ ହଠାତ ସିଲେଣ୍ଡରରେ ନିଆଁ ଲାଗିଥିଲା। ତାହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ଲିଭିନଥିଲା। ଏହାପରେ ଥାନା ଛାତ ଉପରେ ଏହି ସିଲେଣ୍ଡର ବ୍ଲାଷ୍ଟ ହୋଇଥିଲା। ମାତ୍ର କିଛି ସେକେଣ୍ଡରେ ସୁନ୍ଦରପଦା ହାଟରେ ପଡିଲା ସିଲେଣ୍ଡରର ଭଗ୍ନାଂଶ। ଏହି ସମୟରେ ପରିବା ବ୍ୟବସାୟୀ ରଞ୍ଜନ ସାହୁଙ୍କ ଦେହରେ ମାଡ ହୋଇଥିଲା ସିଲେଣ୍ଡର। କେହି କିଛି ବୁଝିବା ପୂର୍ବରୁ ପରିବା ବ୍ୟବସାୟୀ ରଞ୍ଜନ ରକ୍ତାତ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଗଲା। ପରବର୍ତ୍ତୀ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login