ଜମ୍ମୁ : ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଏନକାଉଣ୍ଟର । ବୁଧବାର ଡୋଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ।ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେବି ଅପରେସନ ଜାରି ରହିଛି । ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିୟମରେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି ।
Views: 25